ସରକାରୀ ଆବାସ ଗୃହ ପାଇବାରେ ଯଦୁଭୋଇ ଙ୍କ ସାତସ୍ବପ୍ନ

by Birendra Choudhury
20 views

କେନ୍ଦ୍ର ଓ ରାଜ୍ୟସରକାର ଗରୀବସମ୍ପ୍ରଦାୟର ଲୋକମାନଙ୍କ ପାଇଁ ଆବାସ ଯୋଜନାରପ୍ରଣୟନ କରିଛନ୍ତି, ହେଲେ ଆଜି ମଧ୍ୟ ଅନେକ ଗରୀବ ଲୋକେ ସରକାରୀ ଆବାସ ଗୃହ ପାଇବାରେ ବିଫଳ ହୋଇଛନ୍ତି, ଏଭଳି ଘଟଣା ଦେଖିବାକୁ ମିଳିଛି ଗୋଳାମୁଣ୍ଡା ବ୍ଲକ ଫରଙ୍ଗ ପଞ୍ଚା ୟତର ଡାକରି ପଡାର ଯଦୁଭୋଇ(୫୫)ଜଣେ ଗରୀବ ଆଦିବାସୀପରିବାର ଲୋକେ,ଦୈନିକ କୁଳିମଞ୍ଜୁରୀ କଲେ ତାଙ୍କର ପରିବାରଙ୍କ ପ୍ରତିପୋଷଣ ଚଲେ, ଏଭଳି ସ୍ଥିତିରେ ସେ ସରକାରଙ୍କ ଆବାସ ଯୋଜନାରଘର ଖଣ୍ଡିକ ପାଇବା ପାଇଁ ଫରଙ୍ଗ ପଞ୍ଚାୟତରେ ଅନେକ ଥର ଆବଶ୍ୟକ କାଗଜପତ୍ର ପ୍ରଦାନ କରିଥିଲେ ମଧ୍ୟ ଭଙ୍ଗା ଚାଲ କାନ୍ଥରେ ଭରା ଘରେ ଖରା ବର୍ଷା ଓ ଶୀତରେ ଦିନ ବିତୁଛି, ହେଲେ ଘର ଖଣ୍ଡିକ ପାଇବାରେ ସାତସ୍ବପ୍ନ ଦେଖା ଦେଇଛି, ଥିଲା ଲୋକଙ୍କୁ ଆଗେ ଘରମିଳୁଛି କିନ୍ତୁ ମୁଁ ଜଣେ ଆଦିବାସୀ ଗରୀବ ପ୍ରତି ସରକାରଙ୍କ ପକ୍ଷରୁ ଦୃଷ୍ଟି ଆକର୍ଷଣ ହେଉନାହି ବୋଲି ସେ ନିଜେ ଅଭିଯୋଗ କରିଛନ୍ତି, ତା ସହିତ ସ୍ଥାନୀୟ ଲୋକମାନେ ମଦନ ଭୋଇ, ଉଦିଆ ନିଆଲ ମଧ୍ୟ କହିଛନ୍ତିଯେ ସରକାର ପ୍ରକୁତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ, ଏହି ସମ୍ପର୍କରେ ଫରଙ୍ଗ ପିଇଓ ତ୍ରିଲୋଚନ ନାୟକଙ୍କୁ ଯୋଗା ଯୋଗ କରିବାରୁ କହିଲେ ଯେ ତାଙ୍କର ଅନଲାଇନରେ ନାମ ଅଛି ଆଗାମୀ ଦିନରେ ପାଇବ ବୋଲି ପ୍ରତିକ୍ରିୟାରେ ଜଣାଇ ଥିଲେ I

You may also like

Leave a Comment