ଭବାନୀପାଟଣା ଠାରେ କଳାହାଣ୍ଡି ଜିଲ୍ଲା ପୋଲିସ ଆନୁକୂଲ୍ୟରେ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର:

by Birendra Choudhury
23 views

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଆନୁକୂଲ୍ୟରେ ଆଜି ଭବାନୀପାଟଣା ସ୍ଥିତ ଓଡ଼ିଶା ବ୍ଲଡ଼ ବ୍ୟାଙ୍କ ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ‘ମୋ ସରକାର’ ଯୋଜନା ମାଧ୍ୟମରେ ହେଉଥିବା ଏହି ରକ୍ତ ଦାନ ଶିବିରରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମହାନ୍ତ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପୋଲିସ ଏଡ୍-ପୋଷ୍ଟର ମହିଳା ଆରକ୍ଷୀ ଜାହ୍ନବୀ ସାହୁ, ୯ମ ଆଇ ଆର୍ ବି ଏନ୍ ର ହାବିଲଦାର ଅମିତ୍ ବିଶ୍ଵାଳ ତଥା ସ୍ଥାନୀୟ ସମାଜସେବୀ ପ୍ରମୁଖ ଉପସ୍ଥିତ ଥିଲେ ଓ ଶିବିରରେ COVID-19 କଟକଣା ଦୃଷ୍ଟିରୁ ସାମାଜିକ ଦୂରତା ବଜାୟ ରଖାଯାଇ ଥିଲା।
ଏହି ରକ୍ତଦାନ ଶିବିରରେ ୬୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଏହି ଶିବିରରେ ସ୍ଥାନୀୟ ସମାଜସେବୀ ସରୋଜ ଭୋଇ, ଆଦିତ୍ୟ ସା, କୁନାଲ ଅଗସ୍ତି, ବିକାଶ ମୁଣ୍ଡ ସମେତ ଭବାନୀପାଟଣା ରକ୍ତ ଭଣ୍ଡାର କର୍ମଚାରୀ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ। ଏହି ଶିବିରରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ସ୍ୱେଚ୍ଛାସେବୀ ମାନେ ଯୋଗଦେଇ ରକ୍ତଦାନ କରିଥିଲେ।
ପ୍ରକାଶ ଥାଉକି ଗତବର୍ଷ ମାର୍ଚ୍ଚ ଶେଷ ସପ୍ତାହ ଠାରୁ ଜୁନମାସ ୧୮ ତାରିଖ ପର୍ଯ୍ୟନ୍ତ ପରିସ୍ଥିତି ସ୍ଵାଭାବିକ ଥିବା ସମୟରେ ବିଭିନ୍ନ ସଂଗଠନ ତରଫରୁ ଆଠୋଟି ରକ୍ତଦାନ ଶିବିର ଆୟୋଜନ କରାଯାଇ ମୋଟ ୩୦୭ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିବା ବେଳେ ଚଳିତ ବର୍ଷ କୋଭିଡ୍-୧୯ କଟକଣା ସତ୍ତ୍ବେ ଏହି ସମୟରେ ଜିଲ୍ଲା ପୋଲିସ ପକ୍ଷରୁ ୩୫ ଗୋଟି ରକ୍ତଦାନ ଶିବିର ଆୟୋଜନ କରାଯାଇ ରେକର୍ଡ ସଂଖ୍ୟକ ମୋଟ ୨୦୪୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି।

Voluntary blood donation camp in Bhawanipatna in favor of Kalahandi District Police

BHAWANIPATNA: A blood donation camp was held today at the Odisha Blood Bank in Bhawanipatna in favor of the Kalahandi District Superintendent of Police. The blood donation camp, which is being organized through the ‘My Government’ scheme, was attended by District Additional Superintendent of Police Manoj Kumar Mahant, Police Aid Poster of the District Chief Hospital Jahnavi Sahu, Habildar Amit Bishwal of the 7th IRBN and local social activists. 19 Social distance was maintained in view of the austerity.
Eighty-two units of blood were collected at the blood donation camp. Local social activists Saroj Vhoi, Aditya Sa, Kunal Augusti, Vikas Munda and other Bhavanipatna blood bank staff assisted in the camp. The camp was attended by volunteers from different parts of Kalahandi district who donated blood.
From the last week of March to June 16 last year, eight blood donation camps were organized by various organizations and a total of 306 units of blood were collected from various organizations. A total of 2,072 units of blood were collected.

You may also like

Leave a Comment