ବର୍ଷାରେ ଭିଜୁଛି ମଣ୍ଡିରେ ପଡି ରହିଥିବା ହଜାର ହଜାର କୁଇଣ୍ଟାଲ ଧାନ

by Birendra Choudhury
33 views

ଜୁନାଗଡ଼ ବ୍ଲକର କଲେଇଗାଁ, ନନ୍ଦୋଳ, ଆଟି ଗାଁ, ଜୁନାଗଡ଼, ଦାସିଗାଁ, ମୁଣ୍ଡରଗୁଡା, ହାବସପୁର, ଚକୁଳି, ଚାରବହଲ, ମହିଚଲା, ନକଟିଗୁଡା, ଚିଚେଇଗୁଡା, ଛୋରିଆଗଡ ଆଦି ମଣ୍ଡିରେ ଧାନ ପଡ଼ିରହିଛି । ସ୍ଥାନୀୟ ଆରଏମସିର ବେପରୁଆ ମନୋଭାବ, ପେକ୍ସ ଓ ମିଲରଙ୍କ ମଧୁଚନ୍ଦ୍ରିକା ସମସ୍ୟାକୁ ଦ୍ବିଗୁଣିତ କରୁଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ।
KALAHANDI.INFO
ଲଗାଣ ବର୍ଷା ଯୋଗୁଁ ଧାନ ଓଦା ହେବା ଦର୍ଶାଇ ୫ରୁ ୭ କେଜି କଟନୀ ହେଉଥିବା ଅଭିଯୋଗ ହେଉଛି । ଖରିଫ ଧାନ ଚାଷ କାମ କରିବାକୁ ଚେଷ୍ଟା କରୁଥିବା ଚାଷୀ ଅଦ୍ୟାବଧି ମଧ୍ୟ୍ୟ ଧାନ ବିକ୍ରି କରି ପାରି ନ ଥିବାରୁ ଅନେକ ସମସ୍ୟାର ସମ୍ମୁଖିନ ହେଉଛି । ରବିଧାନ ବିକ୍ରୀ, ଧାନ ବିକ୍ରି ପ୍ରାପ୍ୟ, ଆଦି ସମସ୍ୟାର ଆସୁ ସମାଧାନ ପାଇଁ ପ୍ରଶାସନ ଯୁଦ୍ଧ କାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ଦାବି ହେଉଛି ।

You may also like

Leave a Comment