ଭକ୍ତ ବିହୁନେ ଭଗବାନ

by Birendra Choudhury
11 views
KALAHANDI.INFO

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା l ସ୍ନାନ ମଣ୍ଡପରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଦର୍ଶନ କରିବା ନିମନ୍ତେ ଭକ୍ତମହଲରେ ନାହିଁ ନଥିବା ଆବେଗ l ମାତ୍ର କରୋନା ମହାମାରୀ ଛଡାଇ ନେଇଛି ଭକ୍ତ ମାନକ ଙ୍କ ଅବେଗକୁ ରୁପ୍ର ରୋଡ ଠାରେ ପ୍ରଭୁ ଜଗନ୍ନାଥଙ୍କ ଦେବସ୍ନାନ ପୂର୍ଣ୍ଣିମା ଯାତ୍ରା ରୀତିନୀତି ଅନୁସାରେ ପାଳନ ହୋଇଯାଇଛି, ସେବାୟତ ନିଗମା ନନ୍ଦ ମହାପାତ୍ର ଙ୍କ ଦ୍ୱାରା ଫିଟା ନିତି ଠାରୁ ଆରମ୍ଭ କରି ମଙ୍ଗଳ ଆଳତି ମୈଲମ, ପହଣ୍ଡି, ସ୍ନାନମଣ୍ଡପ ବିଜେ ହୋଇ ୧୦୮ ପଇଡରେ ସ୍ନାନ କରାଯିବା ପରେ ଗଜାନନ ବେଶ ଆଦି ସମସ୍ତ ନିତିକାନ୍ତି ସରିଛି, ବିନା ଭକ୍ତରେ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ଆଜି ଭକ୍ତ ବିହୁନେ ଭଗବାନ। ବିଶ୍ବାସ ଅଛି ଆଜିର ଦିନରେ ପ୍ରଭୁ ଶ୍ରୀ ଜଗନ୍ନାଥ ଶ୍ରୀକ୍ଷେତ୍ର ଛାଡ଼ି ଭକ୍ତଶ୍ରୀ ଅଚ୍ୟୁତାନନ୍ଦ ଙ୍କୁ ଦର୍ଶନ ଦେବାପାଇଁ ଆସିଥାନ୍ତି।କୋଭିଡ-୧୯ଗାଇଡ ଲାଇନ ମାନି ସେବାୟତମାନେ ସାମାଜିକ ଦୂରତା ସହ ମାସ୍କ ପରିଧାନ କରି ସ୍ନାନ ଉତ୍ସବକୁ ନିରାଡମ୍ବର ସହ ପାଳନ କରିଛନ୍ତି । କର୍ତ୍ତା ରୂପେ ଶ୍ୟାମସୁନ୍ଦର ଶର୍ମା, ଚନ୍ଦ୍ର ମୋହନ, ଦୟତ୍ୟ ତୁଲାଇ ଛନ୍ତି ଆଜି କରୋନା ମହାମାରୀ ର କଟକଣା ଥିବାରୁ ପୀଠରେ ଶ୍ରଦ୍ଧାଳୁମାନେ ଆସିବା ଉପରେ ପ୍ରଶାସନ ରୋକ୍ ଲଗାଇଛି। ଆଉ ଘରେ ରହି ପ୍ରଭୁଙ୍କୁ ଧ୍ୟାନ କରିବା ପାଇଁ ମନ୍ଦିର ପ୍ରଶାସନ ସଭାପତି ପ୍ରଦୀପ ଅଗ୍ରୱାଲ ଭକ୍ତ ସମାଜକୁ ନିବେଦନ କରିଛି।

You may also like

Leave a Comment