ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା, ଚିଚିଆ ବୃନ୍ଦାବାହଲ ରାସ୍ତା ମରଣ ଯନ୍ତାରେପାଲଟିଛି

by Birendra Choudhury
28 views

ଗୋଳାମୁଣ୍ଡା ବ୍ଲକ ଅନ୍ତର୍ଗତ ବୃନ୍ଦାବାହଲ ଚିଚିଆ, (PWD)ରାସ୍ତା ଏବେ ସଂକଟା ପନ୍ନ ଗତିରେ, ଏହାର ଦୂରତା ହା ହା, ଚାରି କି,ମି, ଅବସ୍ଥିତ, ଏହା ଭୁତ ପୂର୍ବ ବିଧାୟକ ଗୋବର୍ଦ୍ଧନ ଦାସ ଙ୍କ ସମୟରେ ପିଚୁ କାର୍ଯ୍ୟ ସମ୍ପାଦନ କରିଥିଲେ, ଆଜକୁ ଦୀର୍ଘ ବାର/ତେର, ବର୍ଷ ବିତି ଯାଇଥିଲେ ମଧ୍ୟ ରାସ୍ତାର ମରାମତିକରିବା ପାଇଁ କୌଣସି ବିଭାଗୀୟ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ ହୋଇନଥିବ ବୋଲି,ସ୍ଥାନୀୟ ଜନସାଧାରଣ,ତଥା ବୁଦ୍ଧି ଜୀବି ମହଲରେ କ୍ଷୋଭ ପ୍ରକାଶ କରି ଥିବାସଙ୍ଗେ ଅଭିଯୋଗ କରିଛନ୍ତି,ବର୍ଷା ଯୋଗୁଁ ରାସ୍ତାରେ ଖାଲ, ନାଳରେ ପାଣି ଜମି ଯିବାରୁଗାଡି ମୋଟର, ସାଇକେଲ ରେ ଲୋକେ ଯିବା ଆସିବା ରେ ହନ୍ତସନ୍ତ ହେଉଛନ୍ତି,ବୋଲି ଚିଚିଆ ରୁ ଲଳିତ ନିଆଲ, ଦେକୋଟରୁ ଗୌରାଙ୍ଗ ସୁନାନୀ, ସୀମାଞ୍ଚଳ ଦୀପ, ଉଦିଆ ନିଆଲ, ଓ ରଙ୍ଗାଧର ରଣା ପ୍ରମୁଖ ଉପସ୍ଥିତ ରହି କହିଛନ୍ତି, ଏହି ସମ୍ପର୍କରେ ଧର୍ମଗଡ଼(PWD)ଅଧିକାରୀ ଙ୍କ ସହ ଯୋଗା ଯୋଗ କରିବାରୁ ଯୋଗା ଯୋଗା ବିଚ୍ଛିନ୍ନ ଦେଖା ଦେଇଥିଲ, ସ୍ଥାନୀୟ ବୃନ୍ଦାବାହଲ ତଥା ଧମାନପୁର ସମିତି ସଭ୍ୟ ଇଂ, ଦିନେଶକୁମାର ରାଉତଙ୍କ ସହ ଆଲୋଚନା କରି ଥିବାରୁ ସେ କହିଛନ୍ତି ଯେ, ଗତ କିଛି ଦିନ ତଳେ ଜୁନାଗଡ଼ ବିଧାୟକ ତଥା ମାନ୍ୟବର ଗୃହ ରାଷ୍ଟ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଦିବ୍ୟଶଙ୍କର ମିଶ୍ର ଅଂଚଳ ଆସି ଥିବା ବେଳେ ରାସ୍ତାର ଶୋଚନୀୟ ଅବସ୍ଥା ଦେଖି କହିଛନ୍ତି ଯେ ଆଉ ଅଳ୍ପ କିଛି ମାସରେ ବୃନ୍ଦାବାହଲ, ଦେକୋଟ, ଚିଚିଆ ରାସ୍ତା ପିଚୁ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି, ତେଣୁ ଉପସ୍ଥିତ ଥିବା ଅଞ୍ଚଳ ବାସୀ,ଉଦିଆ ନିଆଲ, ମନ ଗଡ଼ତୀୟା, ସଦା ସେନାପତି,ସୁରେନ୍ଦ୍ର ବାରିକ, ବିଜୟ କୁମାରପଣ୍ଡା,ବନବାସ ସୁନାନୀ ପ୍ରମୁଖ ଖୁସିର ଲହରୀ ଖେଳିଯାଇଛି ବୋଲି,କହିଛନ୍ତି,

You may also like

Leave a Comment