ପାଲା ଗାୟକ କୁଶଧଜ ସତନାମୀଙ୍କ ଦେହାନ୍ତ,

by Birendra Choudhury
14 views
kalahandi.info

କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ସ୍ଥିତ ଚିଚିଆ ଗ୍ରାମର ବିଶିଷ୍ଟ ପାଲାଗାୟକ କୁଶଧ୍ଵଜ ସତନାମୀ ଗତ,ସମୋବାର ଦିନ ଦେହାନ୍ତ ହୋଇଯାଇଛନ୍ତି,ସେ ପଶ୍ଚିମ ଓଡିଶାର ସୁନାମଧନ୍ୟ, ଦୂରଦର୍ଶନ ଓ ରେଡ଼ିଓମାଧ୍ୟମରେ ପ୍ରସାରିତ ପାଲାଗାୟକ ଅଟନ୍ତି,ରାଜ୍ୟର ସମସ୍ତ ପ୍ରତିଷ୍ଠିତ ମଞ୍ଚରେ ସେ ପାଲା ପରିବେଷଣ କରି ଥିବା ସହିତ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମାନିତ କରାଯାଇ ଥିଲା, ଓ କେନ୍ଦୁଝର ଜିଲ୍ଲାରେ ଆୟୋଜିତ ରାଜ୍ୟ ପାଲା ସମ୍ବିଳନରେ ପଶ୍ଚିମ ଓଡିଶାର ପ୍ରତିନିଧିତ୍ୱକରି ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୁଷକୃତ୍ୟ ପାଇ ଥିଲେ,ତାଙ୍କର ଜନ୍ମ ଗତ୦୫/୦୪/୧୯୫୨ଦିନ ଥିବା ବେଳେ ମୃତ୍ୟୁ ବେଳକୁ ୬୮ବୟସ୍କ ହୋଇଥିଲା, ସେ ଦୀର୍ଘ ଦିନ ଧରି କ୍ୟାନ୍ସର ରୋଗରେ ପୀଡିତ ଥିବାରୁ କଟକ ହରି ହର ଆଚାର୍ଯ୍ୟ ହସ୍ପିଟାଲରେ ଚିକତ୍ସା ହେଉଥିଲେ,ରାଜ୍ୟ ସରକାରଙ୍କ ତରଫରୁ ପାଲାଗାୟକ ଭତା ପାଉଥିଲେ, ତେଣୁ ଉକ୍ତ ଭତା ତାଙ୍କ ସହଧର୍ମିନ ଚନ୍ଦ୍ରିକା ସତନାମୀଙ୍କୁ ଯୋଗାଇ ଦେବାକୁ ସ୍ଥାନୀୟ ଜନସାଧାରଣଅନୁରୋଧ କରିଛନ୍ତି, ଚିଚିଆ ଗ୍ରାମପୈତୃକ ବାସଭୁବନରେ ଓ ମୃତ୍ୟୁସମୟରେ ତାଙ୍କ ସହଧାର୍ମିନ ଚନ୍ଦ୍ରିକା ସତନାମୀ, ତାଙ୍କର ପୁଅ ଗୁପ୍ତେଶ୍ଵର ସତନାମୀ, ଝାସକେତନ ସତନାମୀ, ଖିତୀନ୍ଦ୍ର ସତନାମୀ ଓ ବନ୍ଧୁ ପରିବାର ବର୍ଗ ଉପସ୍ଥିତ ଥିଲେ, ତାଙ୍କର ମୃତ୍ୟୁ ରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି, ତାଙ୍କର ଆତ୍ମାର ସଦ୍ଗତିନିମନ୍ତେ ଭଗବାନ ଙ୍କ ଠାରେ କୃତଜ୍ଞଆଜଣାଇ ଛନ୍ତି

You may also like

Leave a Comment