ଦଶପୁର ରାଜସ୍ୟ ନିରୀକ୍ଷକଙ୍କ କାର୍ଯ୍ୟାଳୟ ବିପଦସଂକୁଳ ଅବସ୍ଥାରେ

by Birendra Choudhury
46 views

କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡାବ୍ଲକ ସ୍ଥିତ ଦଶପୁର ରାଜସ୍ୟ ନିରୀକ୍ଷକଙ୍କ କାର୍ଯ୍ୟାଳୟ ବିପଦ ସଙ୍କେତ ଉପରେ ଅତିକ୍ରମକରୁ ଥିଲେ ମଧ୍ୟ ଉଚ୍ଚଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ ହୋଇନାହିଁ, ଯାହା ଫଳରେ ଜନସାଧାରଣ ସେହି କାର୍ଯ୍ୟାଳୟକୁ ପ୍ରବେଶ କରିବାକୁ ଭୟବିତ, ଏହି ସଂମ୍ପକରେ ଗତ ୨୦୧୮/୧୯ମସିହାରେ ମଧ୍ୟ ତହସିଲଦାର ଗୋଳାମୁଣ୍ଡା ଙ୍କ ଅବଗତି କରିବା ସହ ସମ୍ବାଦରେ ପରିପ୍ରକାଶ ହୋଇଥିଲେ ବି କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରି ନାହାନ୍ତି, ପୁଣିଚଳିତ ବର୍ଷ ରେ ମଧ୍ୟ କାର୍ଯ୍ୟାଳୟ ରେ କାର୍ଯ୍ୟ କରିବା ପାଇଁ ଓ ସାଧାରଣ ଲୋକ ଭିତରେ ପ୍ରବେଶ କରିବାକୁ ଭୟ କରୁଥିବାର ପ୍ରତିକ୍ରିୟା ରେ ପ୍ରକାଶକରିଛନ୍ତି,ବର୍ଷା ପାଣି ରେ ଘରରକାଠ କଳସା ଭାଙ୍ଗି ଯାଉଛି, ଏସମ୍ପକରେ ସ୍ଥାନୀୟ ଜନସାଧାରଣ ରାଜକିଶୋର ସାହୁ,ରାଧା ମୋହନ ମେହେର,ତ୍ରିଲୋଚନ ସାହୁ, ଯଦୁମଣି ସରାପ,ଓ ବିଜୁ ଜନତା ଦଳର ସଭାପତି ଉଦିଆ ନିଆଲ ମଧ୍ୟ ଅନୁରୋଧ କରିଛନ୍ତି ଯେ ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ, ଏହି ସମ୍ପର୍କରେ ଆରଆଇ,ସନ୍ତୋଷ କୁମାର ପଣ୍ଡା,ଙ୍କୁ ପଚାରିବାରୁ କହିଲେ ଯେ, ପ୍ରକୁତ ରେ ଘର ଭିତରେ ବିପଦ ସଂକେତ ଦେଖା ଦେଇଛି, ଏଆରାଇ,ଶ୍ରୀ କାନ୍ତଧଙ୍ଗ ଡା ମାଝୀ, ମଧ୍ୟ ଅନୁରୂପ ରେ କହିଲେ,ଏହାର ମତା ମତ ତହସିଲଦାର ଗୋଳାମୁଣ୍ଡା ସର୍ବେଶ୍ୱରଜାଲ ଙ୍କୁ ଯୋଗା ଯୋଗ କରିବାରୁ କହିଥିଲେ ଯେ ଅନୁମୋଦନ ହୋଇଛି ବୋଲି କହିଛନ୍ତି,

You may also like

Leave a Comment