ଆଜି କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ ପୂର୍ବତନ ଅଖିଳ ଭାରତୀୟ କଂଗ୍ରେସ ସଭାପତି ତଥା ସାଂସଦ ରାହୁଲ ଗାନ୍ଧୀ ଙ୍କ ପଚାଶ ତମ ଜନ୍ମ ଦିବସ ଅବସରରେ ଚାଷୀଙ୍କୁ ଧାନ ବିହନ ବଣ୍ଟନ କରି ପାଳନ କରିଥିବା ଜଣାପଡ଼ିଛି ।
ଜିଲ୍ଲା କଂଗ୍ରେସ ପକ୍ଷରୁ ସଦର ବ୍ଲକ ଅନ୍ତର୍ଗତ ଉଦେପୁର ଗ୍ରାମ ପଂଚାୟତ ଅଧିନସ୍ଥ ଗଛଖୋଲା ଗ୍ରାମରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ଜର୍ଯ୍ୟକ୍ରମ ରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଭକ୍ତ ଚରଣ ଦାସ ଉପସ୍ଥିତ ରହି ଅଖିଳ ଭାରତୀୟ କଂଗ୍ରେସ ର ପୂର୍ବତନ ସଭାପତି ତଥା ସାଂସଦ ରାହୁଲ ଗାନ୍ଧୀ ଙ୍କ ପଚାଶ ତମ ଜନ୍ମଦିନ ରେ
ଚାଷୀଙ୍କୁ ଧାନ ବିହନ ବଣ୍ଟନ କରିଥିଲେ ।ଏଥିସହ ଯୁଗସାଇ ପାଟଣା ସମେତ କିଛି ଅଞ୍ଚଳରେ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲ, ଜିଲ୍ଲା କଂଗ୍ରେସ ଆଦିବାସୀ ସେଲ ସଭାପତି ପରମାନନ୍ଦ ମାଝୀ, ଆଇନ ଜୀବୀ ସିଦ୍ଧାର୍ଥ ନାୟକ ଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ ନେତା ଉପସ୍ଥିତ ରହି ସହଯୋଗ କରିଥିଲେ ।ତେବେ କୋବିଦ -୧୯ ର କଟକଣା କୁ ସମ୍ପୂର୍ଣ ପାଳନ କରାଯାଇ ଏହି କାର୍ଯ୍ୟକ୍ରମ ରେ ଚାଷୀଙ୍କୁ ଧାନ ବିହନ ବଣ୍ଟନ କରା ଯାଇ ଥିଲା ।