କଳାହାଣ୍ଡି ସରକାରୀ ମେଡିକାଲ କଲେଜ କାର୍ଯ୍ୟ ଆରମ୍ଭ

by kalahandi info
396 views

କଳାହାଣ୍ଡି : ଜିଲ୍ଲାର ବହୁ ପ୍ରତିକ୍ଷିତ ଦାବୀ ସରକାରୀ ମେଡିକାଲ କଲେଜ କାର୍ଯ୍ୟ ଆରମ୍ଭ କରି ନବୀନ ପଟ୍ଟନାୟକ ୨୦୧୯ ନିର୍ବାଚନ ପୁର୍ବରୁ କଳାହାଣ୍ଡି ଜିଲ୍ଲାର ନିର୍ବାଚନୀ ପ୍ରସଗଂ ଉପରେ ମାଷ୍ଟରା ଷ୍ଟ୍ରୋକ ଖେଳିଛନ୍ତି । ଯାହାକୁ ବିରୋଧୀ ୨୦୦୪ ନିର୍ବାଚନ ପୁର୍ବରୁ ଜାରିଗଂ ମେଡିକାଲ କଲେଜ ଭଳି ନିର୍ବାଚନୀ ଚାଲ ନ ହେଉ ବୋଲି ଜିଲ୍ଲାବାସୀଙ୍କୁ ମନେ ପକାଇ ଦେଇଥିବା ବଳେ ଜିଲ୍ଲାବାସୀଙ୍କ ମନରେ ପୁଣି ଥରେ ମେଡିକାଲ କଲେଜ ଆଶା ସଂଚାର ହୋଇଛି ।

ଗତ ୨୦୧୮ ଆଗଷ୍ଟ ମାସରେ ଜିଲ୍ଲା ପରିଷଦ ନିର୍ବ।ଚନ ପୁର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଗାଂବାରୀ ଠାରେ ସରକାରୀ ମେଡିକାଲ କଲେଜର ଘୋଷଣା କରିଥିଲେ | ଠିକ ୨୦୧୯ ନିର୍ବ।ଚନ ପୁର୍ବରୁ ଆଜି ପୁର୍ତ୍ତ ବିଭାଗ ତତ୍ବାବଧାନରେ ୩୪.୯୯ ଏକର ଜମି ଉପରେ ଟାଟା ପ୍ରଜେକ୍ଟ ୨୨୦.୭୪ କୋଟି ଟଙ୍କା ବିନିଯୋଗରେ ୨୪ ମାସରେ ବିଲଡିଗଂ କାର୍ଯ୍ୟ ଶେଷ କରିବାକୁ ବିଧିବଦ୍ଦ କାମ ଆରମ୍ଭ କରିଛି ଏବଂ ହଷ୍ଟେଲ ପାଇଁ ବେଦାନ୍ତ ୧୦୦ କୋଟି ଦେଲେ ଆସନ୍ତା ମାର୍ଚ୍ଚ ମାସରୁ କାର୍ଯ୍ୟ ଆରମ୍ଭ ହେବ ।

କଳାହାଣ୍ଡି ଜିଲ୍ଲାର ସ୍ବାସ୍ଥ୍ୟ କ୍ଷେତ୍ରରେ ସରକାରୀ ମେଡିକାଲ କଲେଜ ଜିଲ୍ଲାବାସୀଙ୍କ ସ୍ବପ୍ନ ରହିଛି । ଏଣୁ ନିର୍ବ।ଚନ ପୁର୍ବରୁ ଏହାର ଆରମ୍ଭ ବିଜେଡି ପାଇଁ ଜିଲ୍ଲାରେ ମାଷ୍ଟର ଷ୍ଟ୍ରୋକ ସଦୃଶ ହୋଇଛି । ଯାହାକୁ ନେଇ ଜିଲ୍ଲା ରାଜନୀତିରେ ପୁଣିଥରେ ମେଡିକାଲ କଲେଜ ପ୍ରସଗଂ ସରଗରମ ହୋଇ ଉଠିଛି ।

୨୦୦୪ ନିର୍ବ।ଚନ ପୁର୍ବରୁ ମୁଖ୍ୟମନ୍ତ୍ରୀ ଜାରିଗଂ ଠାରେ ପିପିପି ମୋଡରେ ମେଡିକାଲ କଲେଜ ପ୍ରତିଷ୍ଠା କରି ବିଜେଡି ପାଇଁ ମାଇଲେଜ ନେଇଥିଲେ । ହେଲେ ପରବର୍ତି ପର୍ଯୟାୟରେ ମେଡିକାଲ ହୋଇ ପାରି ନ ଥିଲା ତଥା ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଆନ୍ଦକାରକୁ ଠେଲି ହୋଇ ଯାଇଥିଲ ।

ମାନ୍ୟବର ସୁପ୍ରିମକୋର୍ଟଙ୍କ ଆଦେଶ ବଳରେ ଛାତ୍ରଛାତ୍ରୀ ଅନ୍ୟତ୍ର ସ୍ଥାନାନ୍ତର ହେଲେ ସିନା କଳାହାଣ୍ଡିବାସୀଙ୍କ ସ୍ବାସ୍ଥ୍ୟ ସେବା ଆଶା ସ୍ବପ୍ନ ରହିଗଲା । ବର୍ତମାନ ପୁଣିଥରେ ସରକାରଙ୍କ ନିର୍ବ।ଚନ ପୁର୍ବରୁ ମେଡିକାଲ କଲେଜ ଭେଟିକୁ ବିରୋଧୀ ବିଜେପି ଓ କଂଗ୍ରେସ ହଜମ କରି ପାରୁ ନ ଥିବା ବଳେ ନିର୍ବ।ଚନୀ ଚାଲ ନ ହେଉ ବୋଲି ପ୍ରତିକ୍ରୀୟା ପ୍ରକାଶ କରୁଛନ୍ତି ।

କଳାହାଣ୍ଡି ଜିଲ୍ଲା ବିପର୍ଯୟସ୍ତ ସ୍ବାସ୍ଥ୍ୟ ସେବା ପାଇଁ ସାଧାରଣ ଲୋକ ଉନ୍ନତ ସେବା ପାଇଁ ଛତିଶଗଡ ଓ ଆନ୍ଦ୍ରା ଉପରେ ନିର୍ଭରଶୀଳ | ମେଡିକାଲ କଲେଜ ପ୍ରତିଷ୍ଠା ହଲେ ଲୋକେ ଖର୍ଚ୍ଚାନ୍ତ ରୁ ବଚିଂତ ହେବେ ଏଣୁ ଜିଲ୍ଲାବାସୀଙ୍କ ମେଡିକାଲର ଦୀର୍ଘ ଦିନର ଦାବୀ ରହି ଆସିଆଛି ।

ବର୍ତମାନ ସରକାରୀ ମେଡିକାଲ କଲେଜ କାର୍ଯୟ ଆରମ୍ଭ ସେହି ସ୍ବପ୍ନ ସାକାର କରିବ ବୋଲି ଆଶାବାଦୀ । କିନ୍ତୁ ଜାରିଗଂ ମେଡିକାଲର ଅନୁଭୂତି ଓ ବିରୋଧୀଙ୍କ ବୟାନ ବାଜି ସାଧାରଣ ଲୋକଙ୍କୁ ଦ୍ବନ୍ଦରେ ରଖିଛି ।

Source: http://focusodishanews.com/%E0%AC%95%E0%AC%B3%E0%AC%BE%E0%AC%B9%E0%AC%BE%E0%AC%A3%E0%AD%8D%E0%AC%A1%E0%AC%BF-%E0%AC%B8%E0%AC%B0%E0%AC%95%E0%AC%BE%E0%AC%B0%E0%AD%80-%E0%AC%AE%E0%AD%87%E0%AC%A1%E0%AC%BF%E0%AC%95%E0%AC%BE%E0%AC%B2/

You may also like

Leave a Comment