ଜୁନାଗଡ ସମବାୟ ବ୍ୟାଙ୍କ ରେ ସାମାଜିକ ଦୁରତା ପ୍ରତି ଦିଆଯାଉନାହିଁ ଗୁରୁତ୍ୱ

by Birendra Choudhury
23 views

ଜୁନାଗଡ – ୨୮.୦୬.୨୦୨୦ ସାଂପ୍ରତିକ ଲକଡାଉନ ସ୍ଥିତିରେ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଜୁନାଗଡସ୍ଥିତ ସମବାୟ ବ୍ୟାଙ୍କ ରେ ଏହାକୁ ଅଣଦେଖା କରାଯାଉଥିବା ଦେଖାଯାଉଛି । ଧାନ ଅମଳ ହେବାପରେ ମଣ୍ଡିରେ ଧାନ ବିକି ସାରିବା ପରେ ଚାଷୀର ଜମା ଖାତାରେ ଧାନର ମୂଲ୍ୟ ପଇଠ ହେବାପରେ ଟଙ୍କା ଉଠାଣ ପାଇଁ ସମବାୟ ବ୍ୟାଙ୍କ ରେ ଚାଷୀଙ୍କ ଭିଡ ହେଉଥିବାର କୁହାଯାଉଛି । ଜୁନାଗଡ ପ୍ରାଥମିକ କୃଷି ସମବାୟ ସମିତି ପରିସରରେ ଥିବା ପୁରୁଣା କୋଠାରେ ବିସିସି ବ୍ୟାଙ୍କ ର ଜୁନାଗଡ ଶାଖା ପରିଚାଲିତ ହେଉଥିବା ବେଳେ ଗ୍ରାହକ ମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ନଥିବା ଏବଂ ଟଙ୍କା ଉଠାଣ ପାଇଁ ବିଲମ୍ବ ହେଉଥିବା ଦୃଷ୍ଟିରୁ ଏଭଲି ଭିଡ ହେଉଥିବା ପରିଲକ୍ଷିତ ହେଉଛି । ଗ୍ରାହକ ମାନେ ମଧ୍ୟ ସାମାଜିକ ଦୂରତା ଅବଲମ୍ବନ କରୁନଥିବା କିମ୍ବା ମାସ୍କ ବ୍ୟବହାର କରୁନଥିବା ଦେଖାଯାଉଛି । ଏପରିକି ଏଠାରେ କାର୍ଯ୍ୟରତ କର୍ମଚାରୀମାନେ ନିକଟସ୍ଥ ଦୋକାନ ବଜାରକୁ ପିଅନକୁ ସାଙ୍ଗରେ ନେଇ ଯାଉଥିବା ବେଳେ ମଧ୍ୟ ମାସ୍କ ବ୍ୟବହାର କରୁନଥିବା କିମ୍ବା ସାମାଜିକ ଦୂରତା ଅବଲମ୍ବନ କରୁନଥିବା ଦେଖାଯାଉଛି । ଜୁନାଗଡ ସହର କଳାହାଣ୍ଡି ଜିଲ୍ଲା ର ପ୍ରମୂଖ୍ୟ ବାଣିଜ୍ୟସ୍ଥଳ ହୋଇଥିବା କାରଣରୁ ବ୍ୟାଙ୍କ ମାନଙ୍କରେ ପ୍ରାୟତଃ ଭିଡ ରହୁଥିବା ବେଳେ ବ୍ୟାଙ୍କ କର୍ତୃପକ୍ଷ ସାଂପ୍ରତିକ ସ୍ଥିତିରେ ସାମାଜିକ ଦୂରତା ପ୍ରତି କୌଣସି ଗୁରୁତ୍ୱ ଦେଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ବ୍ୟାଙ୍କ ମାନଙ୍କରେ ମାସ୍କ ବ୍ୟବହାର ଓ ହାତ ଧୋଇବା ସାଙ୍ଗକୁ ସାମାଜିକ ଦୂରତ୍ୱ ପ୍ରତି ଜନସଚେତନତା ସୃଷ୍ଟି କରାଯିବା ପାଇଁ ବୁଦ୍ଧିଜୀବି ମହଲରେ ଦାବୀ ହେଉଛି ।

You may also like

Leave a Comment