Corona Awareness Day is a seventeenth-century program

by kalahandi info
31 views

💐 କରୋନା ସଚେତନତାର ସପ୍ତଚତ୍ବାରିଂଶଶତୋତ୍ତର ଦିବସୀୟ କାର୍ଯ୍ୟକ୍ରମ💐

ସମଗ୍ର ବିଶ୍ଵକୁ ମହାମାରୀ କରୋନାମୁକ୍ତ କରିବା ପାଇଁ ସଚେତନତାର ଆବଶ୍ୟକତାକୁ ଉପଲବ୍ଧିକରି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥିତ ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକସଂଗଠନ ଚିନ୍ମୟ ପ୍ରତିଷ୍ଠାନ ଓ ପ୍ରତିଷ୍ଠାନଦ୍ୱାରା ପରିଚାଳିତ ମଙ୍ଗଳପୁରସ୍ଥ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପକ୍ଷରୁ ଆଜକୁ ଦୀର୍ଘ ୧୪୭ଦିନ ଧରି ଜାରିରଖିଛି ତା’ର ସଚେତନତା କାର୍ଯ୍ୟକ୍ରମ ଦେଶର ବିଭିନ୍ନ ସ୍ଥାନ ମାନଙ୍କରେ । ଆଜି ଓଡ଼ିଶା ରାଜ୍ୟର କଳାହାଣ୍ଡି ଜିଲ୍ଲା ଶାଖା କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନ ମାନଙ୍କରେ ସଚେତନଧର୍ମୀ ସାମାଜିକ ଗୀତିନାଟ୍ୟ ସାଂସ୍କୃତିକ ସଙ୍ଗୀତ,ଘୁମୁରା ଗୀତ, ଆଦି ମାଧ୍ୟମରେ ସଚେତନତା କରାଯାଇଥିବାର ଦେଖିବାକୁ ମିଳିଥିଲା।ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦେଶ କ୍ରମେ କଳାହାଣ୍ଡି ଜିଲ୍ଲାର ଜିଲାସଂଯୋଜକ ଶ୍ରୀଯୁକ୍ତ କମଳ ଚଣ୍ଡୀଙ୍କ ନେତୃତ୍ୱରେ କଳାହାଣ୍ଡି ଜିଲ୍ଲା ଶାଖା ସଦସ୍ୟ ଦୁର୍ବଳ ମାଝୀ, ପଦ୍ମନାଭ ମାଝୀ,ଜଳନ୍ଧର ଚଣ୍ଡୀ, କଷ୍ଟି ଭଇଁସାଲ,ବିଦ୍ୟା ଚଣ୍ଡୀ, ଗଜେନ୍ଦ୍ର ଭଇଁସାଲ,ପଦ୍ମଲୋଚନ ଭଇଁସାଲ,ଲଛମନ ମାଝୀ,ହେମନ୍ତ ମାଝୀ, କଣେଶ୍ବର ପଟିଲ,ହରିଶ୍ଚନ୍ଦ୍ର ବାଣୁଆ, ମାଧବ ନାଗ,ମାଧବ ବାଗ, ଚୈତନ୍ୟ ନାଗ,ନିକୁଞ୍ଜ ଚଣ୍ଡୀଙ୍କ ସମେତ ସମସ୍ତ ସଦସ୍ୟମାନେ ଜିଲ୍ଲାର ବିଭିନ୍ନ ସ୍ଥାନମାନଙ୍କରେ ଏହି କରୋନା ସଚେତନତା ସହ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ କରୁଥିବାର ଦେଖିବାକୁ ମିଳିଥିଲା। ବିଶ୍ଵରୁ ମହାମାରୀ କରୋନାର ବିନାଶ ନହେବାଯାଏ ଏହି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଚିନ୍ମୟ ଦାଶ ମତବ୍ୟକ୍ତ କରିଛନ୍ତି।ଏଥିରେ କାର୍ଯ୍ୟକ୍ରମର ପ୍ରକଳ୍ପ ସଂଯୋଜକ ଭାବେ ଡଲଫିନ୍ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପର ନିର୍ଦ୍ଦେଶକ ମାଷ୍ଟର ମିହିର କୁମାରଙ୍କ ସହ ଅନୁଷ୍ଠାନ ମୁଖ୍ୟ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତାମାନେ ଯୋଗଦାନ କରି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାରେ ସହାୟତା ଯୋଗାଇ ଆସୁଥିବାର ଜଣାଯାଇଅଛି।

You may also like

Leave a Comment