ଟେମରାରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

by kalahandi info
707 views
ଟେମରାରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଲମପୁର/ଜୟପାଟଣା: କଳାହାଣ୍ଡି ଜିଲ୍ଲା କଲମପୁର ଫାଣ୍ଡି ଅନ୍ତର୍ଗତ ଟେମରା ହାତୀନଦୀ ଘାଟ ନିକଟସ୍ଥ ଏକ ଚାଷଜମିରେ ଥିବା ଗଛରୁ ଜୟପାଟଣା ଥାନା ଅନ୍ତର୍ଗତ କାଦୋପଦର ଗାଁର ଗୋବିନ୍ଦ ବାଗଙ୍କ ପୁଅ ଯୁଧିଷ୍ଠିର ବାଗ (୩୫) ଶବ ସୋମବାର ଦିନ ଉଦ୍ଧାର କରାଯାଇଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ଟେମରା ହାତୀନଦୀ ଘାଟ ଠାରୁ ପ୍ରାୟ ୨୦୦ ମିଟର ଦୂରରେ ଥିବା ଏକ ଚାଷ ଜମି ହୁଡ଼ାରେ ଥିବା ଗଛରେ ଜଣେ ଯୁବକଙ୍କ ମୃତଦେହ ଝୁଲୁ ଥିବା ନେଇ ଆଜି ସକାଳେ ଶୌଚ ପାଇଁ ଯାଇଥିବା ବେଳେ କେତେକ ଲୋକ ଦେଖିବାକୁ ପାଇଥିଲେ। ପରେ ଗ୍ରାମରକ୍ଷୀକୁ ଜଣେଇ ଥିଲେ। ଗ୍ରାମରକ୍ଷୀ ତୁରନ୍ତ ଏ ସଂପର୍କରେ କଲମପୁର ପୁଲିସକୁ ଜଣାଇବାରୁ ଫାଣ୍ଡି ଅଧିକାରୀ ମଧୁସୂଦନ ଶର୍ମା, ଅନିଲ ଦାଶ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିଥିଲେ।
ମୃତ ଯୁଧିଷ୍ଠିରର ଶରୀରରେ କୌଣସି ପୋଷାକ ନ ଥିବାବେଳେ ସେ ପିନ୍ଧିଥିବା ଗାମୁଛାରେ ଆତ୍ମହତ୍ୟା କରିଥିବା ପୁଲିସ ଅନୁମାନ କରୁଛି। ଏନେଇ ଏକ ଅପମୃତ୍ୟୁ ମାମଲା କେସ୍‌ ନଂ ୮/୨୦୧୭ରେ ରୁଜୁ କରି କରାଯାଇଛି। ଶବ ଜୟପାଟଣା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯାଇ ପରିବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ଆତ୍ମହତ୍ୟାର କାରଣ ଜଣା ପଡି ନଥିବା ବେଳେ କିଛିଦିନ ହେଲା ଯୁଧିଷ୍ଠିର କୈାଣସି କାରଣରୁ ଚିନ୍ତିତ ରହୁଥିବା ତାଙ୍କ ସଂପର୍କୀୟ କହିଛନ୍ତି। ମୃତ ଯୁଧିଷ୍ଠିରଙ୍କ ଗୋଟିଏ ପୁଅ ଏବଂ ଦୁଇଟି ଝିଅ ଓ ପତ୍ନୀ ଅଛନ୍ତି।

– sambad

You may also like

Leave a Comment