ବନି କରଣ ନାଁରେ ହରିଲୁଟ୍, ବେଆଇନଭାବେ ବାଉଁଶ କାଟୁଛି ବନ ବିଭାଗ୍

by Birendra Choudhury
1 views

ଏଠି ରକ୍ଷକ ସାଝିଛନ୍ତି ଭକ୍ଷକ I ସରକାରଙ୍କ ନିତି ନିୟମକୁ ଖୁଲମ୍ ଖୁଲା ଉଲ୍ଲଘନ କରୁଛି ବନ ବିଭାଗ I ଫଳରେ ଜଙ୍ଗଳ ଯାତ ଦ୍ରବ୍ୟ ଧିରେ ଧିରେ ଲୋପ୍ ପାଇବାରେ ଲାଗିଛି I କଲାହାଣ୍ଡି ଜିଲ୍ଲା କଲମପୁର ଓ ସିଂଘାରି ଘାଟି ରାସ୍ତାର ଉଭୟ ପାର୍ଶ୍ବରେ ବନିକରଣ ପାଇଁ ଗଛ ଲଗା ଯାଉଛି I ଆଉ ସେହି ଗଛକୁ ସୁରକ୍ଷା ଦେବା ପାଇଁ ବାଉଁଶ ର ଘେରି ଦିଆଯାଉଛି I ଯେଉଁଥି ପାଇଁ ବାଉଁଶ କଟା ଚାଲିଛି I ଶ୍ରମିକ ଲଗେଇ ଗଛ କଟା ଚାଲିଛି I ଗୋଟିଏ ଗଛକୁ କାଟିବା ପାଇଁ 5 ଟଙ୍କା ପାରିଶ୍ରମିକ ମଧ୍ୟ ଦିଆ ଯାଉଛି I ହେଲେ ଏନେଇ ଫରେଷ୍ଟର ଙ୍କ ପାଖରେ କୌଣଷି ଖବର ନାହିଁ I ସାର ଜାଣି ନାହାନ୍ତି କି ବା ନଜାଣିଲା ଭଲିଆ ଅଭିନୟ କରୁଛନ୍ତି I ଅଧିକାରିଙ୍କ ବିନା ଅନୁମତି ରେ ଏଠି ବାଉଁଶ କଟା ଗଲା କେମିତି I ତାକୁ ନେଇ ପ୍ରଶ୍ନବାଚୀ ଏବେ ଉଠିଛି ପ୍ରଶ୍ନ I ତେବେ ବାଉଁଶ କାଟିବା ପାଇଁ ନିର୍ଦ୍ଧେଶ ଦେବା ସାଙ୍ଗକୁ ପ୍ରତି ବାଉଁଷ ପିଛା ୫ ଟଙ୍କା ଦେବା ପାଇଁ ବନପାଳ ହିଁ କହିଛନ୍ତି I ତେବେ ଏ ବିଷୟରେ ବନପାଳ ମହୋଦୟ ଜାଣିଛନ୍ତି ବୋଲି କହିଛନ୍ତି ବନରକ୍ଷୀ ଦେବରାଜ୍ ସୁନାନୀ I ସରକାରୀ କାମରେ ଏଠି ଶ୍ରମିକମାନଙ୍କୁ କମ୍ ପାରିଶ୍ରମିକ ଦିଆ ଯାଉଛି ,ହେଲେ କାହା ସ୍ବାର୍ଥରେ I ସେପଟେ ଏଭଳି ଅଭିଯୋଗ କୁ ଖଣ୍ଡନ କରିଛନ୍ତି ଫରେଷ୍ଟର୍ I ଅନ୍ୟପଟେ ଦୀର୍ଘ ଦିନ ଧରି ସମ୍ପୁର୍ଣ୍ଣ ଭାବେ କଲମପୁର୍ ବନ ବିଭାଗ ଦ୍ବାରା ଦୁର୍ନିତି ଖୋର୍ କାମ ଚାଲିଥିବା ବେଳେ କୌଣଷି କାର୍ଯ୍ୟାନୁଷ୍ଠା ଗ୍ରହଣ କରାଯାଉ ନଥିବା ନେଇ ଅସନ୍ତୋଷ ଯାହିର କରିଛନ୍ତି ଅଂଚଳବାସୀ I ବିଭାଗୀୟ କର୍ମଚାରୀ ଓ ଅଧିକାରୀ ଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ସାଧାରଣରେ ଦାବି କରାଯାଉଛି I

You may also like

Leave a Comment