ସାପ କୁ ଚୁମ୍ବନ ଦେଇ ଚର୍ଚ୍ଚାରେ ସନ୍ତୋଷ

by Birendra Choudhury
5 views

ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍ ସିନ୍ଧେକେଲା ହାଇସ୍କୁଲ୍ ଠାରେ ଏକ ଜାଇଲୋ ଗାଡି ଇଞ୍ଜିନ ରେ ପସି ଜାଇଥିଲା ୭ ଫୁଟ ଲମ୍ବ ବିଷିଷ୍ଠ ଏକ ବିଷଧର ନାଗ ସାପ l ତେବେ ଲୋକେ ଗାଡି କୁ ସାପ ପସିବାର ଦେଖି ସଙ୍ଗେ ସଙ୍ଗେ ଖବର ଦେଇଥିଲେ ସାପ ଧରାଳି ସନ୍ତୋଷ କୁ l ପରେ ଉକ୍ତ ସ୍ଥଳ କୁ ସନ୍ତୋଷ ଚନ୍ଦା ପହଞ୍ଚି ସେଠାରୁ ସାପ ଟିକୁ ଉଦ୍ଧାର କରିବା ସହ ୩ କିଲୋମିଟର ଦୁର ବାଗବାହାଲି ଗାଁ ନିକଟରେ ଚୁମ୍ବନ ଦେଇ ଛାଡି ଦେଇଥିଲେ ବିଷଧର ନାଗ ସାପଟିକୁ l ସୁଚନା ଅନୁସାରେ ଦିର୍ଘ ୩ ରୁ ୪ ବର୍ଷ ହେବ ତାଙ୍କ ଗୁରୁଙ୍କ ଠାକୁ ପ୍ରଶିକ୍ଷଣ ନେଇ ସାପ ଧରିବା ଆରମ୍ଭ କରଦେଇଥିଲେ ସନ୍ତୋଷ l ତେବେ ସିନ୍ଦେକେଲା ଅଞ୍ଚଳରେ ଯାହା ଘରେବି ସାପ ପସେ ଲୋକେ ସନ୍ତୋଷ ଙ୍କୁ ହିଁ ଭରସା କରନ୍ତି l ଏବଂ ସ୍ନେକ୍ ହେଲ୍ପ୍ ଲାଇନ୍ ରେ ସୁଯୋଗ ଦେଲେ କାମ କରି ଉପକୃତ ହେବେ ବୋଲି ଲୋକଙ୍କ ଆଗରେ ପ୍ରକାଶ କରିଛନ୍ତି ସନ୍ତୋଷ ଚନ୍ଦା l

You may also like

Leave a Comment