ପ୍ରଧାନମନ୍ତ୍ରୀ ସଡକ ଓ ପୋଳ ନିର୍ମାଣ କାର୍ଯ୍ୟକୁ ଅଧପନ୍ତରିଆ କାମ କରି ଠିକାଦାର ଚମ୍ପଟ

by Birendra Choudhury
10 views

ସ୍ବାଧିନତା ର ୭୩ ବର୍ଷ ହେବାକୁ ଆଉ କେତୋଟି ଦିନ ବାକି ରହିଥିଲେ ମଧ୍ୟ ମୌଲିକ ସୁବିଧାରୁ ବଞ୍ଚିତ ଅଛନ୍ତି ଅନେକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ l ଦିର୍ଘ ଦିନ ଧରି ଗମନା ଗମନର ବିକାଶ ପଥକୁ ନିରିହ ଆଦିବାସୀ ମାନେ ଚାହିଁ ରହିଥିବା ବେଳେ ତାଙ୍କରି ଆସା ପୁରଣ ହେବାରେ ମଧ୍ୟ ଲାଗିଥିଲା l କିନ୍ତୁ ମାଓବାଦୀ ମାନେ ଠିକାଦାରଙ୍କ କ୍ୟାମ୍ପ ସହ ଟ୍ରାକ୍ଟର୍ ଓ ଜେ.ସି.ବି ମେସିନ୍ ପୋଡି ଦେଇଥିବାରୁ ଅଧପନ୍ତରିଆ ଭାବେ ଛାଡି ଦେଇ ଠିକାଦାର ଚମ୍ପଟ ମାରିଥିବା ଦୃଶ୍ୟ ଆସିଛି ସାମ୍ନାକୁ l ଏଭଲି ଏକ ଦୃଶ୍ୟ ହେଉଛି କଲାହାଣ୍ଡି ଜିଲ୍ଲାର l ଜିଲ୍ଲାରେ ଥିବା ଏମ୍.ରାମପୁର୍ ବ୍ଲକ୍ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଉର୍ଲାଦାନୀ ଠାରୁ ମୁଣ୍ଡାମୁସ୍ତା କୁ ସଂଯୋଗ କରୁଥିବା ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ରାସ୍ତା ଓ ପୋଳ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏହି ରାସ୍ତାଟିର ଲମ୍ବ ୨୫ କିଲୋମିଟର୍ ୩୫ ମିଟର୍ ରହିଥିଲା l ଓ ଏହାର ଅଟକଳ ମୂଲ୍ୟ ପ୍ରାୟ ୨୨ କୋଟି ଟଙ୍କା ରହିଥିଲା l ତେବେ ଏହି ପ୍ରଧାନମନ୍ତ୍ରୀ ରାସ୍ତାଟି ର ନିର୍ମାଣ କାଯ୍ୟ ଆରମ୍ଭ ହୋଇଥିଲା ୧୨ ସେପ୍ଟେମ୍ବର୍ ୨୦୧୭ ମସିହାରେ l କିନ୍ତୁ ମାଓବାଦି ମାନେ ଘଟଣା ଘଟାଇ ଥିବା କାରଣ ରୁ ଏହା ୧୨ ସେପ୍ଟେମ୍ବର୍ ୨୦୧୯ ରେ ଅଧପନ୍ତରିଆ ଭାବେ କାର୍ଯ୍ୟକୁ ଶେଷ କରାଯାଇଥିବା ସୂଚନା ମୂଳକ୍ ଭାବେ ବୋର୍ଡ୍ ରେ ଉଲ୍ଲେଖ ରହିଛି l ତେବେ ଏହି କାମଟିକୁ ମେସର୍ସ ଆରତୀ ଇନ୍ଫ୍ରା ପ୍ରାଇଭେଟ ଲିମିଟେଡ଼ ହାତକୁ ନେଇ ରାସ୍ତା ଓ ପୋଳ ନିର୍ମାଣ କାର୍ଯ୍ୟ କରୁଥିବା ବେଳେ ସେହି କାମ ଗୁଡିକ ନିମ୍ନ ମାନର ହେଉଥିବା ନେଇ ବାରମ୍ବାର ଅଭିଯୋଗ କରିଥିଲେ ଅଞ୍ଚଳ ବାସୀ l କିନ୍ତୁ ଅଞ୍ଚଳ ବାସୀଙ୍କ ଅଭିଯୋଗ କୁ କର୍ଣ୍ଣପାତ କରି ନଥିଲେ ବିଭାଗୀୟ ଅଧିକାରୀ ଓ ଠିକାଦାର୍ l ପରେ ମାଓବାଦୀ ମାନେ ଠିକା କ୍ୟାମ୍ପ ସହ ଟ୍ରାକ୍ଟର୍ ଓ ଜେ.ସି.ବି ମେସିନ୍ କୁ ପୋଡି ଦେଇଥିଲେ l ଫଳରେ ସେଠାରେ କାମ କରିବା ପାଇଁ ମନା କରିବା ସାଙ୍ଗକୁ ଉକ୍ତ ପୋଳ ଓ ରାସ୍ତା ନିର୍ମାଣ କାମ କୁ ଅଧପନ୍ତରିଆ ଭାବେ ଛାଡି ଦେଇ ଚମ୍ପଟ ମାରିଥିଲେ ଠିକାଦାର୍ l ତେବେ ଅଧପନ୍ତରିଆ ଭାବେ ରହିଥିବା କାର୍ଯ୍ୟ ଗୁଡିକୁ ତୁରନ୍ତ ସଂପୂର୍ଣ୍ଣ କରିବା ପାଇଁ ଅଞ୍ଚଳ ବାସୀ ଦାବି କରୁଛନ୍ତି l

ନର୍ଲା ରୁ ସୁରେଶ ଚନ୍ଦ୍ର ସାହୁ

You may also like

Leave a Comment