ନିରୀହ ପଶୁ ର ମାତୃତ୍ବ ଆଗରେ ହାର ମାନିଲା ଭେଦଭାବ

by Birendra Choudhury
14 views

ଆଜିର ଏହି ସ୍ୱାର୍ଥପର ଦୁନିଆ ରେ ମଣିଷ ନିଜ ମାନବିକତା ହରାଇ ପଶୁ ଭଳି ବ୍ୟବହାର କରୁଥିବା ବେଳେ ମା ମଧ୍ୟ ନିଜ ଜନ୍ମିତ ଶିଶୁ କୁ ନିଜ ବକ୍ଷ ରୁ ସ୍ତନପାନ କରାଇ ଦେଉନାହାନ୍ତି ଏହି ପରି ସ୍ୱାର୍ଥପର ସମାଜ ରେ ପଶୁ ଙ୍କ ମଧ୍ୟରେ ଦେଖିବାକୁ ଅନାବିଲ ମାତୃତ୍ୟ ର ନିଆରା ନିଦର୍ଶନ ନିରୀହ ପଶୁ ଟିଏ କେମିତି ନିଜର ଛୁଆ କୁ ନୁହେଁ ବରଂ ଅନ୍ୟ ଜାତି ର ପଶୁ କୁ ଅତି ସ୍ନେହ ରେ ଛାତି ରୁ ସ୍ତନପାନ କରାଉଛି ଏପରି ଘଟଣା ଦେଖିବାକୁ ମିଳିଛି କୋକସରା ଗାଁ ଠାରେ ଗୋଟେ ବୁଲା ମାଈ କୁକୁର ନିଜର ମମତା ଦେଖାଇ ଗୋଟାଏ ବିରାଡ଼ି ଛୁଆ କୁ କ୍ଷୀର ପାନ କରାଉଛି ନ ଦେଖିଲେ ବିଶ୍ୱାସ କରିହେବନି ସତରେ ପଶୁ ଟିଏ ହୋଇ ମଧ୍ୟ ନିଜ ଅନାବିଲ ମାତୃତ୍ୟ ଦେଖାଇଛି କୁକୁର ଏହି ବୁଲା ମାଈ କୁକୁର କିଛିଦିନ ତଳେ ୩ ଗୋଟି ଛୁଆ ଜନ୍ମ ଦେଇଥିଲା ହେଲେ ସେ ଭିତରୁ ଗୋଟେ ଛୁଆ ର ମୃତ୍ୟୁ ହୋଇଥିଲା ସେହି ସମୟରେ ଏହି ବିରାଡ଼ି ଛୁଆ କୁ ତା ମା ଛାଡି ଚାଲିଗଲା ସେହି ଦିନ ଠୁ ମାଇଁ କୁକୁର ଟି ନୀତି ବିରାଡ଼ି ଛୁଆ କୁ ସ୍ତନ ପାନ କରାଉଛି ଗତକାଲି ଜଣେ ବ୍ୟକ୍ତି ଏହି ଭିଡିଓ ଟି ଉତ୍ତୋଳନ କରିଥିଲେ ଆଜିର ଏହି ମତଲବି ଦୁନିଆରେ ପୁଅ ମାନେ ବାପା ମା କୁ ଅଣଦେଖା କରି ସମ୍ପର୍କ ଭୁଲି ଯାଉଥିବା ବେଳେ ପଶୁ ଟିଏ ହୋଇ ମଧ୍ୟ ସମ୍ପର୍କ ଓ ମମତା ର ଡୋରି ରେ ବନ୍ଧା ଅନାବିଲ ମାତୃତ୍ବ ମଣିଷ ସମାଜ ପାଇଁ ଏକ ନିଚ୍ଛକ ଉଦାହରଣ ସୃଷ୍ଟି କରିଛି

You may also like

Leave a Comment