ଦୁଇ ଜିଲ୍ଲା ମଧ୍ୟରେ ଖୋଲିବ ସମ୍ପର୍କ ର ଏକ ନୂଆ ରାସ୍ତା ପରିଦର୍ଶନ କଲେ ବିଧାୟକ

by Birendra Choudhury
44 views

ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲା ର ସୀମାନ୍ତ କୋକସରା ବ୍ଲକ ଗୋତମୁଣ୍ଡା ପଞ୍ଚୟତ ରେ ରହିଛି ଅନେକ ଆଦିବାସୀ ବହୁଳ ଗାଁ ଏହି ଦୁଇ ଜିଲ୍ଲା ର ଆଦିବାସୀ ମାନଙ୍କ ମଧ୍ୟରେ ରହିଛି ପୁର୍ବ ପୁରୁଷ ରୁ ଅନେକ ସମ୍ପର୍କ ବିବାହ ବ୍ରତ ଯାନିଯାତ୍ରା ଭାବ ର ଆଦାନ ପ୍ରଦାନ ରହିଛି ତେବେ ଦୀର୍ଘ ଦଶନ୍ଧି ଧରି ଏହି ଦୁଇ ଜିଲ୍ଲା କୁ ଯୋଡୁଥିବା ଗୋତମୁଣ୍ଡା ରୁ ଦହିମାଲ ରାସ୍ତା ଉପରେ ପକ୍କା ରାସ୍ତା ପାଇଁ ଅଞ୍ଚଳବାସୀ ସ୍ୱପ୍ନ ଦେଖିଥିଲେ ଏହି ରାସ୍ତା ନିର୍ମାଣ ପାଇଁ ଅନେକ ବର୍ଷ ଧରି ଅପେକ୍ଷା କରିବା ସହ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଙ୍କ ନିକଟରେ ଦାବି କରି ଆସୁଥିଲେ ଦୀର୍ଘ ବର୍ଷ ପରେ ଅଞ୍ଚଳ ବାସୀ ଙ୍କ ସ୍ୱପ୍ନ ସାକାର ହେବା ପାଇଁ ଯାଉଛି ଧର୍ମଗଡ଼ ର ପୂର୍ବତନ ବିଧାୟକ ପୁଷ୍ପେନ୍ଦ୍ର ସିଂଦେଓ ଅନେକ ସମୟରେ ରାଜ୍ୟ ସରକାର ଙ୍କ ନିକଟରେ ପ୍ରସ୍ତାବ ଦେବା ସହ ଦାବି କରିଥିଲେ ଏହି ରାସ୍ତା ପାଇଁ ବାଧକ ସାଜିଥିଲା ଜଙ୍ଗଲ ବିଭାଗ ର କଟକଣା କାରଣ ଏହା ରିଜର୍ଭ ଫରେଷ୍ଟ ଦେଇ ଯାଉଥିବା କାରଣ ରୁ ଅନୁମତି ମିଳିବା ରେ ଡେ଼ରି ହୋଇଥିଲା ଗୋତମୁଣ୍ଡା ରୁ ୭ କିମି ରାସ୍ତା ନିର୍ମାଣ କରିବାକୁ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଧର୍ମଗଡ଼ ଦ୍ଵାରା ଏହି ରାସ୍ତା ନିର୍ମାଣ କାମ ପାଇଁ ଟେଣ୍ଡର ହୋଇ ଏବେ ରାସ୍ତା ନିର୍ମାଣ କାମ ଚାଲୁଅଛି ବୁଧବାର ଧର୍ମଗଡ଼ ବିଧାୟକ ମୌଷୁଧି ବାଗ ଏହି ରାସ୍ତା ନିର୍ମାଣ କାମ ପରିଦର୍ଶନ କରିବା ପାଇଁ ବିଭାଗୀୟ ନିର୍ବାହୀ ଅଧିକାରୀ ଙ୍କ ସହ ଯାଇଥିଲେ ଏହି ଅବସରରେ ଗୋତମୁଣ୍ଡା ଗ୍ରାମବାସୀ ମାନେ ଉପସ୍ଥିତ ରହି ଦୀର୍ଘ ଦିନର ଦାବି ପୂରଣ ହୋଇଥିବା ରୁ ବିଧାୟକ ଙ୍କୁ କୃତଜ୍ଞତା ଜଣାଇଥିଲେ ଓ ବାକି ରହିଥିବା ୨ କିଲୋମିଟର ରାସ୍ତା କୁ ମଧ୍ୟ ପୂର୍ଣ୍ଣାଙ୍ଗ କରିବାକୁ ଦାବି କରିଥିଲେ ଏହି ରାସ୍ତା ନିର୍ମାଣ ଫଳରେ ଦୁଇ ଜିଲ୍ଲା ମଧ୍ୟରେ ସାମାଜିକ ବ୍ୟବସାୟିକ ଓ ଗମନାଗମନ କ୍ଷେତ୍ରରେ ସମ୍ପର୍କ ନିବିଡ଼ ହେବ ବୋଲି ସ୍ଥାନୀୟ ଜନସାଧାରଣ ମତ ରଖିଛନ୍ତି ଏହି ଗସ୍ତ ସମୟରେ କୋକସରା ବ୍ଲକ ଯୁବ ବିଜେଡି ସଭାପତି ହେମନ୍ତ ମାଝୀ ଯଦୁମଣି ଦୁର୍ଗା ପୂର୍ଣ୍ଣଚନ୍ଦ୍ର ନାଏକ ରତନ ମାଝୀ ପାର୍ଥବ ମାଝୀ ମୁକୁନ୍ଦ ମାଝୀ ବଳିଆର ସିଂ ମୋରେଇ ପ୍ରମୁଖ ଗ୍ରାମବାସୀ ଉପସ୍ଥିତ ରହିଥିଲେ

You may also like

Leave a Comment