କଳାହାଣ୍ଡି ର ଝିଅ ସାନିଆ ଅଗ୍ରୱାଲ ସି ବି ଏସ ଇ ବାଣିଜ୍ୟ ପରୀକ୍ଷା ରେ ଟପ୍ପର

by Birendra Choudhury
31 views

ଧର୍ମଗଡ଼ ବ୍ଲକ ଧର୍ମଗଡ଼ ସହର ର ଜଣାଶୁଣା ସମାଜସେବୀ କିଶୋର ଅଗ୍ରୱାଲ ଓ ସୁନିତା ଅଗ୍ରୱାଲ ଙ୍କ ଝିଅ ସାନିଆ ଅଗ୍ରୱାଲ ସି ବି ଏସ ଇ +୨ ବାଣିଜ୍ୟ ପରୀକ୍ଷାରେ ୯୭ ପ୍ରତିଶତ ନମ୍ବର ରଖି କଳାହାଣ୍ଡି ଟପ୍ପର ହୋଇଛନ୍ତି ତାଙ୍କ ମା ଜଣେ ଚାର୍ଟଡ଼ ଏକାଉଣ୍ଟଟେଣ୍ଟ ଅଟନ୍ତି ସାଇନା ଭୁବନେଶ୍ୱର ର ସାଇ ଇଣ୍ଟର ନେସନାଲ କଲେଜ ରେ +୨ ବାଣିଜ୍ୟ ସି ବି ଏସ ଇ ପରୀକ୍ଷା ରେ ୯୭ ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଛନ୍ତି ତାଙ୍କର ଏହି ସଫଳତା ପଛରେ କଲେଜ ର ଅଧ୍ୟାପକ ଅଧ୍ୟାପିକା ମା ବାପା ଙ୍କ ପ୍ରେରଣା ଓ ନିଜସ୍ୱ ପରିଶ୍ରମ ର ଫଳ ବୋଲି ପ୍ରତିକ୍ରିୟା ଦେଇଛନ୍ତି ଜୀବନ ରେ ସଫଳତା ପାଇବକୁ ହେଲେ ପରିଶ୍ରମ ଦକ୍ଷତା ଓ ସାମର୍ଥ୍ୟ କୁ ବିନିଯୋଗ କରି ନିଜ କର୍ତ୍ତବ୍ୟ ପଥ ରେ ଆଗଭର ହେଲେ ସଫଳତା ଆପେ ଆପେ ମିଳେ,ଭବିଷ୍ୟତରେ ସେ ମଧ୍ୟ ମା ଙ୍କ ପରି ଜଣେ ଦକ୍ଷ ଚାର୍ଟେଡ଼ ଏକାଉଣ୍ଟଟେଣ୍ଟ ହେବାକୁ ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି ଓ କଳାହାଣ୍ଡି ଜିଲ୍ଲା ରେ ଲୋକଙ୍କ ସେବା କରିବା ସହ ବ୍ୟବସାୟ କ୍ଷେତ୍ରରେ ସ୍ୱଚ୍ଛତା ଆଣିବାକୁ ପ୍ରୟାସ କରିବେ ବୋଳି କହିଛନ୍ତି । କଳାହାଣ୍ଡି ଜିଲ୍ଲା ରେ ବାଣିଜ୍ୟ ରେ ଟପ୍ପର ହେବା ଖବର ପ୍ରଚାରିତ ହେବା ପରେ ତାଙ୍କ ପାଖକୁ ସୁବେଚ୍ଛା ର ସୁଅ ଛୁଟିଛି

You may also like

Leave a Comment