ସ୍ବେଛାସେବୀ ସଂଗଠନ ର ସାମ୍ବାଦିକ ସମ୍ବିଳନୀ

by Birendra Choudhury
31 views


କଳାହାଣ୍ଡି ର ସୁପରିଚିତ ସ୍ବେଛାସେବୀ ସଂଗଠନ ସୋସିଆଲ ଆକ୍ଟିଭିଷ୍ଟ୍ ଅଫ୍ କଳାହାଣ୍ଡି ର ପ୍ରତିଷ୍ଠାତା ତଥା ସମ୍ପାଦକ ଶ୍ରୀ ପ୍ରମୋଦ ସାହୁ ଙ୍କ ଅଧ୍ୟକ୍ଷତାରେ ଝିଲିମିଲି ପଲ୍ , ସୁନୀତା ବାଗ , ରାଜେଶ୍ୱରି ସାହୁ , ପୂଜା ବାଗ , ରୋଜାଲିନ ପଣ୍ଡା ଏବଂ ଅନ୍ୟ ସଦସ୍ୟ ଙ୍କ ଉପସ୍ଥିତିରେ ପରମାନନ୍ଦ ପୁର ସ୍ଥିତ ସଂଗଠନ ର ମୁଖ୍ୟ କାର୍ଯ୍ୟାଳୟ ରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା । ଉକ୍ତ ସଂଗଠନ ୨୦୧୮ ଜାନୁଆରୀ ୨୫ ତାରିଖରୁ ଆରମ୍ଭ ହେଇ ସର୍ବ ପ୍ରଥମେ ରକ୍ତ ଦାନ ଉପରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରି ଆସୁଛି , ଏହା ପରେ ପରେ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ ଯଥା ବୃକ୍ଷ ରୋପଣ , କ୍ଲିନ୍ କଳାହାଣ୍ଡି ,ଦୁର୍ଘଟଣା ସଚେତନତା ରାଲି, ବିଭିନ୍ନ ରୋଗ ବିଷୟରେ ସଚେତନତା ଇତ୍ୟାଦି କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି ବୋଲି ସଂଗଠନ ର ପ୍ରତିଷ୍ଠାତା କହିଛନ୍ତି ।

ବର୍ତମାନ ସଂଗଠନ ର ଏକ ମହିଳା ଟିମ୍ ଗଠନ କରି ସମାଜ ରେ ମହିଳା ଙ୍କ ପ୍ରତି ହେଉଥିବା ଅତ୍ୟାଚାର , ଶୋଷଣ , ନିର୍ଯାତନା , ଧର୍ଷଣ ଇତ୍ୟାଦି ଅମାନୁଷିକ ଆକ୍ରମଣ ବିରୋଧରେ ଏକ ସ୍ୱର ଉତ୍ତୋଳନ କରିଛନ୍ତି । ଏପରି ଅମାନୁଷିକ ର ଉଦାହରଣ ସବୁ ଗ୍ରାମାଞ୍ଚଳ ତଥା ସହରରେ ମଧ୍ୟ ଦେଖିବକୁ ମିଳିଥାଏ । ଉଦାହରଣ ସ୍ୱରୂପ – ମଦ୍ୟପ ସ୍ବାମୀ ନିଜ ସ୍ତ୍ରୀ ଙ୍କ ଉପରେ ଅତ୍ୟାଚାର କରୁଚି , ଶାଶୁ ଘରେ ବୋହୂ କୁ ଯୌତୁକ ପ୍ରଥା କୁ ନେଇ ନିର୍ଯାତନା ଦିଅନ୍ତି , ଆହୁରି ଅନେକ ଘଟଣା ଏହାର ଉଦାହରଣ । ଏମାନଙ୍କ ମଧ୍ୟରୁ କିଛି ଶିକ୍ଷିତ ମହିଳା ନ୍ୟାୟ ପାଇବା ପାଇଁ ସମାଜ ସହିତ ଲଢେଇ କରନ୍ତି କିନ୍ତୁ କିଛି ଅସହାୟ ମହିଳା ମାନେ ସବୁ ଅତ୍ୟାଚାର ସହି ଚୁପ୍ ଚାପ୍ ରହି ଯାନ୍ତି । ସେହି ଅସହାୟ ପୀଡ଼ିତାଙ୍କ ପ୍ରତି ହେଉଥିବା ମାନସିକ ବା ଶାରୀରିକ ଅତ୍ୟାଚାର କୁ ନିୟନ୍ତ୍ରଣ କରି ପୀଡ଼ିତା ମହିଳା ମାନଙ୍କୁ ନ୍ୟାୟ ଦେବା ପାଇଁ ସଂଗଠନ ର ମହିଳା ଟିମ୍ ଆଗେଇ ଆସିଛନ୍ତି । ନ୍ୟାୟ ଦେବା ପାଇଁ ସବୁ ପ୍ରକାର ସାହାଯ୍ୟ ଓ ସହଯୋଗ କରିବେ ବୋଲି ମତ ପ୍ରକାଶ କରିଛନ୍ତି । ଏହା ସହିତ ସାଧାରଣ ଜନତାଙ୍କୁ ଅନୁରୋଧ କରି କହିଛନ୍ତି ଯେ ଯେଉଁଠି ମଧ୍ୟ ଏ ପ୍ରକାର ଅତ୍ୟାଚାର ଦେଖିଲେ ଯଥା ଶୀଘ୍ର ସଂଗଠନ ର ମହିଳା ଟିମ୍ କୁ ଯୋଗାଯୋଗ କରନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ।

You may also like

Leave a Comment