ଭିଜିଲାନ୍ସ ଜାଲରେ ଜିଆରଏସ୍

by Birendra Choudhury
73 views

କଳାହାଣ୍ଡି:ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଳକ ବାଳସୀ ପଞ୍ଚାୟତ ଜିଆରଏସ। ଜମି ମରାମତିର ବିଲ କରାଇବା ପାଇଁ ହିତାଧିକାରୀଙ୍କ ପୁଅଙ୍କ ଠାରୁ ଲାଞ୍ଚ ନେଉଥିବାବେଳେ ଆଜି ଭିଜିଲାନ୍‌ସ ଜାଲରେ ଧରାପଡିଛନ୍ତି ଜିଆରଏସ ଶାନ୍ତନୁ ନାଗ।ସୂଚନାଯୋଗ୍ୟ ଯେ, ଶାନ୍ତନୁ ଜମି ମରାମତି ପାଇଁ ବିଲ୍ କରାଇଦେବା ପାଇଁ ହିତାଧିକାରୀଙ୍କ ପୁଅ ଖୁସୀ ରାମ ସାହୁଙ୍କ ଠାରୁ ୪ହଜାର ଟଙ୍କା ଲାଞ୍ଚ ନେଉଥିଲେ। ତେବେ ଲାଞ୍ଚ ନେଉଥିବାବେଳେ ଯୋଜନାବଦ୍ଧ ଭାବେ ଭିଜିଲାନ୍‌ସ ଟିମ୍ ତାଙ୍କୁ କାବୁ କରି ଗିରଫ କରିଛି। ପଞ୍ଚାୟତ କାର୍ଯ୍ୟାଳୟକୁ ନେଇ ପଚରାଉଚରା କରିଥିଲା । ପରେ ଜିଲ୍ଲା ଭିଜିଲାନ୍‌ସ କାର୍ଯ୍ୟାଳୟକୁ ଜିଆରଏସ ଶାନ୍ତନୁଙ୍କୁ ନେଇ ତଦନ୍ତ ଜାରି ରଖିଛି ଭିଜିଲାନ୍ସ।

You may also like

Leave a Comment