ଗାଁ ଠାରୁ ପଞ୍ଚୟତ ୧୨ କିଲୋମିଟର ତାହାବି ଜଙ୍ଗଲ ରାସ୍ତା ଦେଇ ଯିବାକୁ ପଡେ ନା ଅଛି ରାସ୍ତା ନା ଅନ୍ୟ କୌଣସି ସୁବିଧା ଏଣୁ ଗାଁ ର ସମସ୍ତ ହିତାଧିକାରୀ ପ୍ରତି ଥର ଟ୍ରାକ୍ଟର ଭଡା କରି ସମସ୍ତ ଗାଁ ଲୋକଙ୍କ ପିଡିଏସ ସାମଗ୍ରୀ ଲଦି ଆଣିଥାନ୍ତି ଏହା ହେଉଛି କୋକସରା ବ୍ଲକ ଆମପାଣି ପଞ୍ଚୟତ ର ବଣପାହାଡ ଘେରା ଦୁର୍ଗମ ଅଞ୍ଚଳ କୁଟରୁ ଗାଁ ଲୋକଙ୍କ ନିତିଦିନିଆ ଘଟଣା ଖରା ଶୀତ ମାସ ରେ କାମ ଚାଲିଯାଏ ତେବେ ବର୍ଷା ଦିନରେ ଏହି ରାସ୍ତା ଦେଇ ଗମନାଗମନ ଦୁର୍ବିସହ ହୋଇପଡେ ଗାଁ କୁ ଯିବାପାଇଁ ରାସ୍ତା ରେ ଏକ ନାଲା ପଡେ ବର୍ଷା ହେଲେ ଏହି ନାଲା ଉପରେ ବର୍ଷା ପାଣି ପ୍ରବାହିତ ହେଉ ଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇପଡେ ମଙ୍ଗଳବାର କୁଟୁରୁ ଗାଁ ର ହିତାଧିକାରୀ ମାନେ ଆମପାଣି କୁ ପିଡି ଏସ ଚାଉଳ ଆଣିବାକୁ ଯାଇ ଫେରିବା ସମୟରେ ବର୍ଷା ହେବାରୁ ନାଲା ଉପରେ ୩ ରୁ ୪ ଫୁଟ ବର୍ଷା ପାଣି ଆସିବାରୁ ଟ୍ରାକ୍ଟର ରେ ଚାଉଳ ନେଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ବଢି ପାଣି କମିବାରୁ ଗାଁ କୁ ଯାଇଥଲେ ତେବେ ପୂର୍ବରୁ ଅନେକ ସମୟରେ ଏହି ବନବାସୀ ମାନେ ପିଡି ଏସ ସାମଗ୍ରୀ ଗାଁ କୁ ପହଞ୍ଚାଇବା କୁ ବ୍ଲକ ପ୍ରଶାସନ ଓ ସରପଞ୍ଚ ଙ୍କ ଠାରେ ଦାବି କରି ଆସୁଥିଲେ ମଧ୍ୟ ସୁଫଳ ମିଲିନାହିଁ ଏଣୁ ୧ ଟଙ୍କା ଚାଉଳ ପାଇଁ ବନବାସୀ ମାନଙ୍କୁ ପରିବହନ ବାବଦ ରେ ୫୦ କେଜି ବସ୍ତା ପିଛା ୧୦ ରୁ ୧୫ ଟଙ୍କା ଭଡା ଦେବାକୁ ପଡୁଛି ବୋଲି କହିଛନ୍ତି ଏ ନେଇ ଆମପାଣି ସରପଞ୍ଚ ଟିକିଚନ୍ଦ୍ର ଢଂଗଡ଼ାମାଝୀ ଙ୍କୁ ପଚାରିବାରୁ ଜଙ୍ଗଲ ରାସ୍ତା ରେ ପିଡ଼ିଏସ ସାମଗ୍ରୀ ନେଇ ବଣ୍ଟନ କରିବା ସବୁବେଳେ ସମ୍ଭବ ହେଉନାହିଁ ଆଗକୁ ବର୍ଷା ୨ ମାସ ବିରିମୁହାଣ ଗାଁ ରେ ଆଣି ପିଡ଼ିଏସ ସାମଗ୍ରୀ ବଣ୍ଟନ କରିବାକୁ କରାଯିବ ଏଣୁ କୁଟୁରୁ ଗାଁ ଲୋକଙ୍କୁ ସୁବିଧା ହେବ ବୋଳି କହିଛନ୍ତି।।
ପିଡିଏସ ଚାଉଳ ଆଣିବାକୁ ଆସି ନାଲା ରେ ବର୍ଷା ପାଣି ଯୋଗୁ ଫସିରହିଲେ ବନବାସୀ
written by Birendra Choudhury
140 views