କଳାହାଣ୍ଡି ଜିଲ୍ଲା ଜୁନାଗଡ ପୋଲିସ ପଂଝାରେ ଲୁଟେରା, ଚୋରୀ ସାମଗ୍ରୀ ଉଦ୍ଧାର,୩ ଗିରଫ

by Birendra Choudhury
29 views


ଜୁନାଗଡ- କଳାହାଣ୍ଡି ଜୁନାଗଡ ଥାନା ଅଧିନସ୍ଥ ପାଣିଗାଁ ଛକରେ ଗତ ୪ ଜୁଲାଇ ୨୦୨୦ ରେ ଲୁଟ ଘଟଣା ରେ ପୋଲିସକୁ ସଫଳତା ମିଳିଥିବା ଜଣାପଡିଛି । ଏହି ଘଟଣାରେ ଜୁନାଗଡ ପୋଲିସ ୩ ଜଣ ଦୁର୍ବୁତଙ୍କୁ ଗିରଫ କରିବା ସହିତ ଚୋରୀ ସାମଗ୍ରୀ ଉଦ୍ଧାର କରିଥିବା ପ୍ରକାଶ । ଘଟଣା ଦିନ ପାଣିଗାଁ ଛକ ପାଖରେ ଜଣେ ମଟର ସାକେଲ ଆରୋହୀଙ୍କୁ ୩ ଜଣ ଦୁର୍ବୁତ ଏକ ଆପାଚି ମଟର ସାଇକେଲ ରେ ଆସି ଲୁଟ କରି ଫେରାର ହୋଇଯାଇଥିଲେ । ଜୁନାଗଡ ପୋଲିସ ଜୁନାଗଡ ଥାନା କେଶ ନଂ. ୧୮୭/୨୦୨୦ ଆଇପିସି ଧାରା ୩୯୪ ଅନୁସାରେ ଏକ କେଶ ରୁଜ୍ଜୁ କରି ଘଟଣାର ଅନୁସନ୍ଧାନ କରୁଥିଲେ । ଏହି ଘଟଣାରେ ଜୁନାଗଡ ପୋଲିସ ୩ ଜଣ ଦୁର୍ବୁତଙ୍କୁ ଧରିବାରେ ସଫଳ ହେବା ସହ ତାଙ୍କ ଠାରୁ ନଗଦ ୫୫ଶହ ଟଙ୍କା, ଦୁଇଟି ମୋବାଇଲ ଫୋନ, ବାଜାଜ ମଟର ସାଇକେଲ ଓ ଏକ ବେଗ ଉଦ୍ଧାର କରିବା ସହିତ ଲୁଟ ଘଟଣାରେ ସଂଶ୍ଳିଷ୍ଟ ଥିବାଆପାଚି ମଟର ସାଇକେଲ ତଥା ଦୁଇଟି ଫୋନ ମଧ୍ୟ ଜବତ କରିଥିବା ଜୁନାଗଡ ଥାନା ଅଧରକାରୀ ଉତମ କୁମାର ସାହୁଙ୍କ ସୂତ୍ରରୁ ପ୍ରକାଶ ।

You may also like

Leave a Comment