କଳାହାଣ୍ଡିରେ ଆଉ ୪୬ ଜଣ କରୋନା ସଂକ୍ରମିତ ଚିହ୍ନଟ

by Birendra Choudhury
27 views

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାରେ ଆଉ ୪୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ସନ୍ଧ୍ଯା ୫ ଟା ପର୍ଯ୍ଯନ୍ତ ଜିଲ୍ଲାରେ ୨୯ ଜଣ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଗତକାଲି ରାତିରେ ୧୭ ଜଣ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ଯା ୮୭୬ ରେ ପହଞ୍ଚିଛି।

ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ଯରେ ଜୁନାଗଡ଼ ବ୍ଲକରୁ ୧୨ ଜଣ, ଏମ.ରାମପୁର ବ୍ଲକରୁ ୬ ଜଣ, କେସିଙ୍ଗା ବ୍ଲକରୁ ୩ ଜଣ, ଥୁଆମୁଳ ରାମପୁର ବ୍ଲକରୁ ୩ ଜଣ, ଭବାନୀପାଟଣା ବ୍ଲକରୁ ୨ ଜଣ, ଜୟପାଟଣା ବ୍ଲକରୁ ଜଣେ, ଗୋଲାମୁଣ୍ଡା ବ୍ଲକରୁ ଜଣେ ଚିହ୍ନଟ ହୋଇଛନ୍ତି। ସେହିପରି ଗତକାଲି ରାତିରେ ଚିହ୍ନଟ ହୋଇଥିବା ୧୭ ଜଣଙ୍କ ମଧ୍ଯରୁ କେସିଙ୍ଗା ବ୍ଲକରୁ ୮ ଜଣ, ଲାଞ୍ଜିଗଡ଼ ବ୍ଲକରୁ ୩ ଜଣ, ଥୁଆମୁଳ ରାମପୁର ବ୍ଲକରୁ ୩ ଜଣ, ଭବାନୀପାଟଣା ବ୍ଲକରୁ ୨ ଜଣ ଏବଂ ଧର୍ମଗଡ ବ୍ଲକରୁ ଜଣେ ରହିଛନ୍ତି।

Today by 5 pm, 29 new positive cases were detected in Kalahandi district. Out of this there were 12 cases from Junagarh, 3 from Kesinga, 2 from Bhawanipatna, 1 from Lanjigarh, 6 from M.Rampur block, 3 from Thuamul Rampur block, 1 from Jaipatna block and 1 from Golamunda block. Further yesterday night 17 more positive cases were also reported from the district which include 8 from Kesinga, 3 from Lanjigarh, Bhawanipatna 2 , Thuamul Rampur block 3 and Dharamgarh block 1. Contact tracing is in progress and with these cases cumulatively the total number of positive cases in Kalahandi district has reached 876

You may also like

Leave a Comment