ଅର୍ଥ ଅଭାବ ସାଙ୍ଗକୁ ଚିକିତ୍ସା ସାଜିଛି ବାଧକ

by Birendra Choudhury
18 views

କେଉଁ ଆଡେ ଗଲା ସରକାରଙ୍କ ବିଜୁ ସ୍ବାସ୍ଥ୍ୟ ଯୋଜନା ?

କେବେ ପାଇବେ ଭିନ୍ନକ୍ଷମ, ଭତ୍ତା ସହ ଆବାସ ଯୋଜନାର ଗୃହ ?

ଯୋଜନା ଉପରେ ଯୋଜନା କରି ଚାଲିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର, ତେବେ ସେସବୁ କାହା ପାଇଁ ?

କ’ଣ ଯୋଜନା ସବୁ ଘୋଷଣା ରେ ହିଁ ରହିବ ନାଁ ବାସ୍ତବ କ୍ଷେତ୍ର ରେ କାର୍ଯ୍ୟକାରୀ ହେବ ?

କାହିଁକି ପହିଞ୍ଚି ପାରୁନି ପ୍ରକୃତ ହିତାଧିକାରିଙ୍କ ପାଖକୁ ?

ଯାହା ଫଳରେ ନାହିଁ ନଥିବା ଅସୁବିଧାର ସାମ୍ନା କରିବାକୁ ପଡୁଛି ସାଧାରଣ ଜନତା ଙ୍କୁ l ଏକଥା ଆମେ କହୁନୁ ,ଫଟୋ ରେ ଯାହା ଦେଖୁଛନ୍ତି ତାହାହିଁ ବାସ୍ତବତା ର ଚିତ୍ର l ତେବେ ଫଟୋ ଟିକୁ ଟିକେ ଭଲ ଭାବେ ନଜର ପକାନ୍ତୁ l ଏ ଚିତ୍ରଟି ହେଉଛି କଲାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ପଲମ ଗାଁର ସାନ୍ତି ନଗର ପଡାର l ଏହି ଗାଁରେ ବସବାସ କରୁଥିବା ଆର୍ତ୍ତତ୍ରାଣ ସାହୁ ଙ୍କ ପରିବାର କହିଲେ ମାତ୍ର ୫ ଜଣ l ସ୍ବାମୀ,ସ୍ତ୍ରୀ ,ଦୁଇ ପୁଅ ଓ ଗୋଟିଏ ଝିଅ l ଗାଁ,ଦାଣ୍ଡ,ବଜାର ବୁଲି ବହି ବିକ୍ରି କରି ସେଥିରୁ ଯାହା ମିଳୁଥିଲା ସେଥିରେ ପରିବାର ପ୍ରତିପୋଷଣ କରୁଥିଲେ ଆର୍ତ୍ତତ୍ରାଣ l କିନ୍ତୁ ହଠାତ ଦଇବର କୃତ ଯୋଗୁଁ ଜିବନର ଆକାଶରେ କଲାବାଦଳ ମାଡି ଆସି ଦୁଇ ଗୋଡ ଓ ଅଣ୍ଟାରେ ମାଡ ହୋଇ ପଙ୍ଗୁ ହୋଇ ଗଲେ ଆର୍ତ୍ତତ୍ରାଣ l ତେବେ ସ୍ବାମିର ଚିକିତ୍ସା ପାଇଁ ଘରେଥିବା ଗହଣା ଗାଣ୍ଠି ବିକ୍ରି କରିବା ସହ ପାଖରେ ଥିବା ଚାଷଜମି ଖଣ୍ଡକକୁ ମଧ୍ୟ ବନ୍ଧକ ଦେଇ ଭବାନିପାଟଣା ଡାକ୍ତର ଖାନା ଠୁ ଆରମ୍ଭ କରି ବିଶାଖାପାଟଣା ଏବଂ ଭୁବନେଶ୍ବର କୁ ନେଇ ଲକ୍ଷ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚକରି ନିରାଶ ହୋଇ ଘରକୁ ଫେରିଥିବା କହିଛନ୍ତି ଆର୍ତ୍ତତ୍ରାଣ ଙ୍କ ସ୍ତ୍ରୀ କୌଶଲ୍ୟା ସାହୁ l ଗତ କିଛି ବର୍ଷ ହେବ କୌଶଲ୍ୟାଙ୍କ ଦେହରେ ନିଆଁ ଲାଗି ଅଣ୍ଟା ତଳକୁ ଅର୍ଦ୍ଧ ଅଙ୍ଗ ପୋଡି ଜାଇଥିବା ବେଳେ ତାଙ୍କୁ ମଧ୍ୟ ପ୍ଲାଟିକ୍ ସର୍ଜରି କରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ଆର୍ତ୍ତତ୍ରାଣ l ଅନ୍ୟପଟେ ଦୁଇପୁଅ ସ୍କୁଲ୍ ଓ କଲେଜ୍ ରେ ପାଠ ପଢୁଥିବା ବେଳେ ଝିଅର ଗୋଟିଏ ଆଖି ନଷ୍ଟ ହୋଇ ଯାଇଥିବା କହିଛନ୍ତି ପରିବାର ଲୋକେ l ତେବେ ସରକାରୀ ସହାୟତା କହିଲେ ମାତ୍ର କେବେଳ ରାସନ କାର୍ଡ୍ ଖଣ୍ଡିଏ ସହ ଭିନ୍ନକ୍ଷମ ପ୍ରମାଣ ପତ୍ର l କିନ୍ତୁ ନାଁ ମିଲିଛି ଭତ୍ତା କି ନାଁ ମିଲିଛି ଆବାସ ଯୋଜନାରେ ଘର ଖଣ୍ଡେ l ବିଜୁ ସ୍ବାସ୍ଥ୍ୟ ଯୋଜନା ର ସହାୟତା ରାଶି ରୁ ମଧ୍ୟ ବାଦ ପଡିଛନ୍ତି ଆର୍ତ୍ତତ୍ରାଣ l କେବେ ସରକାର ଆର୍ତ୍ତ ଙ୍କୁ ସହାୟତା ର ହାତ ବଢେଇବେ ତାହା ଦେଖିବାକୁ ବାକି ରହିଲା l

covrage by :- suresh chandra sahu

You may also like

Leave a Comment