ଅଧାରେ ରହିଲା ସମଲିଙ୍ଗୀ ପ୍ରେମ

by kalahandi info
85 views
Spread the love

କଳାହାଣ୍ଡି :(ଓଖପ୍ର)୨୪/୧/୧୯ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ତୁମରିଖୋଲ ଗାଁରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ସମଲିଙ୍ଗୀ ପ୍ରେମ । ମାମଲା ଏବେ ପୋଲିସ ଥାନାରେ ପହଞ୍ଚିଛି । ମିଳିଥିବା ସୂଚନା ଅନୁସାରେ, ବଡକର୍ଲାକୋଟ ଗ୍ରାମ ପଞ୍ଚାୟତ ତୁମରିକୋଲ ଗାଁର ରିବିକା ସୁନା ନୟାଗଡର ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥିଲା । ମାତ୍ର ଉଭୟଙ୍କ ମଧ୍ୟରେ ଭୁଲ ବୁଝାମଣା ଯୋଗୁଁ ଉକ୍ତ ଯୁବକ ତାକୁ ଛାଡି ଚାଲିଯାଇଥିଲା । ପରେ ରିବିକା ତାଙ୍କୁ ଖୋଜିବା ପାଇଁ ନୟାଗଡ ଯାଇଥିଲା । ମାତ୍ର ଖୋଜାଖୋଜି ପରେ ମଧ୍ୟ ସେ ତା ସ୍ୱାମୀକୁ ପାଇ ନଥିଲା । ବାଧ୍ୟ ହୋଇ ଏ ସଂକ୍ରାନ୍ତରେ ନୟାଗଡ ପୋଲିସକୁ ଜଣାଇଥିଲା । ପରେ ପୋଲିସ ରିବିକାକୁ ଏକ ଅନାଥ ଆଶ୍ରମରେ ଛାଡିଥିଲେ । ସେହି ଅନାଥ ଆଶ୍ରମରେ ଥିବା ପିଙ୍କି କୁମାରୀ ପାତ୍ରଙ୍କ ସହ ରିବିକାର ଦେଖା ହୋଇଥିଲା । ରିବିକା ପିଙ୍କିର ଫୋନ ନମ୍ବର ଆଣି ତା ସହ କଥାବାର୍ତ୍ତା ଆରମ୍ଭ କରିଥିଲା । କିଛିମାସ ଗଲା ପରେ ପିଙ୍କି ରିବିକା ଘରେ ପହଞ୍ଚି ସେଠାରେ ରହିଥିଲା । ପରବର୍ତ୍ତୀ ସମୟରେ ପଡୋଶୀ ଘରେ ଥିବା ଝିଅ ରମଣୀ ସୁନାଙ୍କ ସହ ତାର ମିଳାମିଶା ଚାଲିଲା । ସେହି ସମୟ ମଧ୍ୟରେ ଦୁହେଁ ପରସ୍ପରକୁ ଭଲପାଇ ବସିଥିଲେ ଓ ବିବାହ କରିବା ପାଇଁ ନିଷ୍ପତ୍ତି ମଧ୍ୟ ନେଇଥିଲେ । ଦୁହେଁ ଘରୁ ଫେରାର ହୋଇଯାଇଥିଲେ । ପରେ ରିବିକା ବୁଝାସୁଝା କରି ଦଶପଲ୍ଲାରୁ ସେମାନଙ୍କୁ ଧରି ଜୟପାଟଣା ଥାନାରେ ହାଜର କରାଇଥିଲେ । ବର୍ତ୍ତମାନ ପୋଲିସ ସେମାନଙ୍କୁ ଅଟକ ରଖି ପଚରାଉଚୁରା ଆରମ୍ଭ କରିଛି ।

ରିପୋର୍ଟ – ପବିତ୍ର ସାହୁ


Source: https://odishakhabara.in/adhare-rahila-samalingi-prema-kalahandi/


Spread the love

You may also like

Leave a Comment